ForeverMissed
Large image
Stories

Share a special moment from Minaketan Dei's life.

Write a story

ମୋ ପ୍ରିୟର ମୀନ ଦେଇ.....

May 28, 2021
କଣ ବା ଏ ଅଧମ ଭାଇ ତୁମ ପାଇଁ ଲେଖିବ,ତୁମେ ତ ଆମ ଜୀବନ ରେ ଏକ ଅଲିଭା ଅକ୍ଷର :"ଅମୃତମୟୀ ମା"ହୋଇ ରହିଗଲ.l ତୁମ ପାଇଁ ଯେତେ ଲେଖିଲେ ବି କାଗଜ କଲମ କମ ପଡିବ l ତଥାପି ଏ ଭଙ୍ଗା ହୃଦୟ ଧରି ମୋ ଦେଇ ପାଇଁ କିଛି ଲେଖୁଛି l ମୋ ଜୀବନ ରେ କିଛି ଘଟଣାବଳି କୁ ନେଇ l ସେଦିନ ଥିଲା ଏକ ଅଶୁଭ ଦିନ ଆମ୍ଭମାନଙ୍କ ପାଇଁ ଗୁରୁବାର ତା 13/5/21ରିଖ ସମୟ 11:30. ମି ରେ ଘରୁ ଖବର ଆସିଲା :ଦେଇ ଆଉ ନାଁହାନ୍ତି l ମୁଁ ବିଶ୍ୱାସ କରି ପାରୁନଥାଏ ଏହି ନିଷ୍ଠୁର ସତ୍ୟକୁ ମୋ ପାଦ ତଳୁ ମାଟି ଖସିଗଲା ଭଳି ଲାଗିଲା, ମୁହୂର୍ତକ ପାଇଁ ମୁଁ ଜଡ଼ ପାଲଟି ଗଲି l ସତରେ କଣ ମୋ ଦେଇ ଆଉ ଏ ଦୁନିଆରେ ନାଁହାନ୍ତି  ଏହି ସତ୍ୟକୁ ମୁଁ କେବେବି ବିଶ୍ୱାସ କରିପାରୁ ନାହିଁ l ମୁଁ ତାଙ୍କ ମାମୁ ପୁଅ ଭାଇ ହେବି l ସେ କେବେବି ଆମକୁ ଭାଇ ହିସାବରେ ଦେଖୁନଥିଲେ ପୁଅ ଭଳି ସ୍ନେହ, ଶ୍ରଦ୍ଧା,ନିସ୍ଵାର୍ଥପର ଭାବେ ଭଲ ପାଉଥିଲେ l ଆମ ସାହିରେ ଦେଇ ସବୁପରିବାର ର ଅତି ଆପଣାର ମଣିଷଟିଏ ଥିଲେ l ଦେଇ ଏଭଳି ଗୋଟିଏ ମଣିଷ ଥିଲେ ଯାହାଙ୍କ ପାଖରେ ରାଗ, ଅଭିମାନ, ଅହଂକାର ତାଙ୍କ ପାଖରେ ହାର ମାନିନେଇଥିଲା l ଏକ ଧାର ରେ ପରୋପକାରୀ, କର୍ତ୍ତବ୍ୟନିଷ୍ଟ, ଧର୍ମପରାୟଣ, ମହିୟସୀ, ମମତାମୟୀ, ଅମୃତମୟୀ "ମା" ର ପ୍ରତିକୃତି ଥିଲେ ଦେଇ l ଦେବୀପ୍ରତିମା  ଭଳି ମହାଲକ୍ଷ୍ମୀ ସ୍ୱରୂପିଣୀ ଥିଲେ ମୋ ଦେଇ l ତାଙ୍କର ସେହି ହସ ହସ ମୁଁହ ଦେଖିଦେଲେ ମନରେ ଏକ ଅଧଭୁତପୂର୍ବ ଆନନ୍ଦ ଖେଳିଯାଉଥିଲା
ମୋ ମା ର ଅତିଆପଣାର ଝିଆରୀ /ଭାଣେଜୀ ଥିଲେ ଦେଇ l ମୋ ମା କୁ ମାଇଁ ବଦଳରେ କେତି ଦେଈ ବୋଲି ସମ୍ବୋଧନ କରୁଥିଲେ l ଯେହେତୁ ମା ରାଜବଂଶର ଝିଅ ଥିଲା l ମା କହୁଥିଲା ଆମ ଦୁଇ ଭାଇଙ୍କ ନାମକରଣ କରିଥିଲେ ଦେଈ ମୋର ନାଁ "ବନରଞ୍ଜନ "ଶ୍ରଦ୍ଧା ନାମ (ପପୁ )ଓ ମୋ ସାନଭାଇର  ସୌମ୍ୟରଂଜନ (ଦିପୁ )ନାମ ରଖିଥିଲେ l ତାଙ୍କର ସେହି ଅତିଆପଣାର ସ୍ନେହ ଭରl ଡାକ ପପୁ ରେ.... ଆଉ କିଏ ମୋ ମା ଭଳି ଏମିତିକା ଡାକ ଡ଼ାକିବ l ତୁମରି ସେହି ହସ ହସ ଭରା ମୁଁହ ମୋ ଆଖିଆଗରେ ନାଚିଉଠୁଛି l ଯେତେବେଳେ ତୁମେ ଘରକୁ ଆସ ମୋ ମୁଣ୍ଡରେ ତୁମ ହାତକୁ ବୁଲାଇଆଣି କୁହ ପପୁ ବାବା ଭଲଅଛୁଟି ଏମିତି କେତେ ଭଲ ମନ୍ଦ ପଚାରି ଚାଲିଥାଅ l ଆଉ କିଏ ଏ ସ୍ନେହଭରା କଥା କହିବ? ଆମ ଘର ର ପ୍ରତେକଟି କାର୍ଯ୍ୟ ରେ ଦେଇ ଅଙ୍ଗାଙ୍ଗୀଭାବେ ଜଡିତ ଥିଲେ l କାହାର କିଛି ସମସ୍ୟା ଆସିଲେ ଦେଇ ଭାଇଙ୍କୁ ଧରି ହାଜର ହୋଇଯାଉଥିଲେ ଓ ସେ ସମସ୍ୟାର ସମାଧାନ କରୁଥିଲେ l ଆଜିବି ମୋର ମନେପଡୁଛି ମୋ ବିଭାହପାଇଁ କେତେ ଚିନ୍ତା କରୁଥଲେ ଦେଇ l ମୋ ବାପା ମା କିଛି ହଇରାଣ ନହୁଅନ୍ତୁ ବୋଲି ତୁମେ ପ୍ରସ୍ତାବ ପରେ ପ୍ରସ୍ତାବ ଖୋଜିଚାଲିଥିଲ l ସେଇଥିପାଇଁ ତୁମପାଖରେ ପାଠ ପଢ଼ୀଥିବା ତୁମରି ଛାତ୍ରୀ କୁ ମୋ ଜୀବନସାଥୀ ରୂପେ ଆଣିଦେଇଥିଲ ଏବଂ ବିଭାହର ସମସ୍ତେ କାର୍ଯ୍ୟକୁ ସୁଚାରରୂପେ କରୁଥିଲ l ଆମ ବିଭାହ ର ଅନେକ ଦୀନ ପଯ୍ୟନ୍ତ କିଛି ପ୍ରୋବ୍ଲେମ ଥିବାରୁ ସନ୍ତାନ ହୋଇନଥିଲା ହେଲେ ଦେଇ ସବୁବେଳେ ଆମ୍ଭ ଦୁଇ ଜଣ କୁ ଆଶ୍ୱାସନା ଦେଉଥିଲେ ଆଉ କହୁଥିଲେ ଜମା ବ୍ୟସ୍ତ ହୁଅନି ଠାକୁର ଅଛନ୍ତି ତାଙ୍କଉପରେ ବିଶ୍ୱାସ ରଖ ସବୁକିଛି ଠିକ ହୋଇଯିବ l ତାପରେ ସେ ନିଜେ ତାଙ୍କ ତତ୍ୱାବଧାନରେ ଡାକ୍ତରଙ୍କ ପାଖରେ ଆମକୁ ଦେଖାଉଥିଲେ l ଏହାରି ଭିତରେ ମୋ ଜୀବନରେ ଏକ କଳl ବାଦଲ ଢାଙ୍କିଦେଇଥିଲା 2018ମସିହା ମାର୍ଚ୍ଚ 16ତାରିଖରେ ମୋ ମାଆ ଇହଲୀଳା ସମ୍ବରଣ କରିଥିଲା l ଏ ଦୁଃଖର ପାହାଡ଼କୁ ସହ୍ୟ କରିବାର ଧ୍ୟର୍ଯ୍ୟ ମୋପାଖରେ ନଥିଲା l ଦେଇ ମୋ ମାଆ ଭଳି ମୋମୁଣ୍ଡରେ ହାତରଖି କହିଥିଲେ ପପୁ ଧର୍ଯ୍ୟହରା ହୁଅନା ଆରେ ମୁଁ ବା ଅଛି l ମତେ ଏମିତି ସେ ଦୁଃଖ ସହିବାକୁ ସାହସ ଦଉଥିଲେ l ମାଆ ଚାଲିଗଲା ପରେ ମୋ ମାଆ ଭଳି ଆମ ଘରର ଭଲ ମନ୍ଦ ଖବର ଅନ୍ତର ଆନ୍ତରିକ ଭାବେ ତୁଲାଉଥେଲେ l ତଥାପି ତାଙ୍କର କାର୍ଯ୍ୟ ସରିନଥିଲା l ମୋଝିଅ ଡେଲିଭରି ବେଳର କଥା ଦେଇ ସେତେବେଳେ ଭୁବନେଶ୍ୱର ରେ ନଥାନ୍ତି l ଓଡିଶା ବାହାରେ ଥାନ୍ତି l ତାଙ୍କ ମନକିନ୍ତୁ ସେଠି ନଥିଲା l ଦେଇ ସେଥିପାଇଁ ସମସ୍ତଙ୍କୁ ଫୋନ କରି କହୁଥିଲେ ପପୁ ଯେମିତି କେତି ଦେଈଙ୍କ ଅଭାବ ଅନୁଭବ ନକରୁ ବୋଲି l ପ୍ରଭୁଙ୍କର ଅପାର କରୁଣାରୁ ମୋର ଝିଅ ଟିଏ ହୋଇଥିଲା l ବହୁତ ଖୁସି ହୋଇ ଥିଲେ ଦେଈ ମୋତେ କହିଥିଲେ ପପୁ ଆମ କେତି ଦେଈ ଆମ ପାଖକୁ ଫେରିଆସିଲେ l ସେଥିପାଇଁ ମୋଝିଅକୁ ସବୁବେଳେ କହୁଥିଲେ "ତୁ ମୋ ଦେଈ ମୁଁ ତୋ ଦେଈ "l ଗତ ଫ୍ରେବୃଆରୀ ମାସରେ ଶେଷ ଥର ପାଇଁ ଦିପୁ ର ବାହାଘର କୁ ଆସିଥିଲେ ମୋ ଦେଈ l ମୋ ମାଆ ଭଳି ବିବାହର ସମସ୍ତକାର୍ଯ୍ୟ ତୁଲାଉଥିଲେ l ଆମ୍ଭମାନେ ମୋ ମାଆର ଅଭାବ ଜାଣିପାରିନଥିଲୁ l ଏଥିରୁ ସ୍ପଷ୍ଟ ବାରିହେଉଥିଲା ଦେଈ କେତେ ନିସ୍ଵାର୍ଥପର ଭାବେ ଆମ ପରିବାର ପ୍ରତି ଭଲପାଇବା ଥିଲା l କିଏ ଜାଣିଥିଲା ଏହା ତାଙ୍କର ଶେଷ ଦେଖା ହେବବୋଲି l ଏ ବିଧାତା ଏତେ ନିଷ୍ଠୁର ହେବବୋଲି l ଆମ୍ଭମାନଙ୍କୁ ଏକା କରି ଏକ ଅଫେରା ରାଇଜକୁ ଚାଲିଗଲେ ମୋ ଦେଈ l ସମସ୍ତଙ୍କୁ ସୁଖ ବାଣ୍ଟି ବାଣ୍ଟି ଆମ୍ଭମାନଙ୍କ ହୃଦୟରେ ମହାନ ହୋଇଯାଇଛନ୍ତି l ସତରେ ଦେଈ ତୁମକଥା ଯେତେଲେଖିଲେବି ଲେଖାସାରିବନି, ତୁମେ ଏମିତି ଏକ ମଣିଷ ଯେଉଁଠି ଦୟା, କ୍ଷମା, ପରୋପକାରୀ, ଧର୍ମପରାୟଣ, କର୍ତଵ୍ୟନିଷ୍ଟ , ସ୍ନେହ, ମମତା, ଭଲପାଇବାର ସୀମାହୀନ ସାଗର ଥିଲ l ତୁମେ ମୋ ହୃଦୟରେ ସବୁଦିନପାଇଁ ସେହି "ଅମୃତାମାୟୀ ମାଆ "ର ସିଂହାସନରେ ବସିରହିବ l ପଭୁ ଜଗନ୍ନାଥ, ବ୍ରହ୍ମଗୋପାଳଙ୍କ ଚରଣରେ ଏତିକି ମୀନତି ପ୍ରଭୁ ଆମର ଆତ୍ମାର ସଦ୍ଗତି ପ୍ରାପ୍ତି ହେଉ l ପ୍ରଭୁଙ୍କ ଶ୍ରୀଚରଣେ ଏ ପୁଣ୍ୟ ଆତ୍ମା ଙ୍କୁ ସ୍ଥାନ ଦିଅନ୍ତୁ ଏତିକି କାମନା କରୁଛି l କୋଟି କୋଟି ପ୍ରଣାମ ତୁମକୁ, ଦେଈ ଯୋଉଠି ଥାଅ ଅଭାମାନଙ୍କୁ ଆଶ୍ରିବାଦ କରୁଥାଅ..... ️
ଇତି ତୁମର ହତଭାଗ୍ୟ ଭାଇ
                                     ପପୁ.

Share a story

 
Add a document, picture, song, or video
Add an attachment Add a media attachment to your story
You can illustrate your story with a photo, video, song, or PDF document attachment.